ଟୋକିଓ ଅଲିମ୍ପିକ୍ସ : ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ଦେବାକୁ ପଡିବ ୩୦% ଟ୍ୟାକ୍ସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଚଳିତ ଟୋକିଓ ଅଲିମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏବେ ନିରଜ ଚୋପ୍ରାଙ୍କ ଉପରେ ପୁରସ୍କାର ରାଶି ବର୍ଷା ହେବାରେ ଲାଗିଛି। ତେବେ ନୀରଜଙ୍କୁ ଏତେ ପରିମାଣର ପୁରସ୍କାର ରାଶି ମିଳିଥିବା କାରଣରୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ କି ନାହିଁ ?

ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଆନନ୍ଦ ଜୈନ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୧୦(୧୭ଏ) ଅନୁସାରେ , ଯଦି କେନ୍ଦ୍ର ଓ ରାଜ୍ୟ ସରକାର କୈାଣସି ବିଜେତା ଖେଳାଳିଙ୍କୁ କିଛି ବି ପୁରସ୍କାର ଦିଅନ୍ତି ,ତେବେ ଏହା ସମ୍ପୂର୍ଣ୍ଣ କର ମୁକ୍ତ ରହିବ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ୨୦୧୪ରେ ଅଲମ୍ପିକ ଗେମ୍ସ , ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିୟ ଗେମ୍ସରେ ପଦକ ବିଜେତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଉପହାର ସ୍ବରୂପ ମିଳୁଥିବା ଟଙ୍କା କିମ୍ବା ବସ୍ତୁ ପାଇଁ ଟ୍ୟାକ୍ସ ଫ୍ରୀ କରିବାର ଆଦେଶ ଦିଆଯାଇଥିଲା ।ତେଣୁକରି ଏହିଭଳି ସ୍ଥିତିରେ ବିଜେତା ଖେଳାଳିଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏତଦ୍ ବ୍ୟତୀତ ଯଦି ବିଜେତା ଖେଳାଳିଙ୍କୁ ଅନ୍ୟ କେଉଁଠାରୁ ପୁରସ୍କାର ମିଳେ ତେବେ ଟ୍ୟାକ୍ସ ଦେବାକୁ ପଡିଥାଏ। ଯେପରି ଆନନ୍ଦ ମହିନ୍ଦ୍ରା ନିରଜ ଚୋପ୍ରାଙ୍କୁ କାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହି କାର ପାଇଁ ନିରଜଙ୍କୁ ୩୦% ଟ୍ୟାକ୍ସ ଦେବାକୁ ହେବ।

ଆୟକର ଅଧିନିୟମ ଅନୁସାରେ କେବଳ ବିଜେତା ଖେଳାଳିଙ୍କୁ ମିଳିଥିବା ପୁରସ୍କାର ଟ୍ୟାକ୍ସ ଫ୍ରି ହୋଇଥାଏ। ତେବେ ଅନ୍ୟ ଖେଳାଳି ଏବଂ କୋଚ ମାନଙ୍କୁ ମିଳିଥିବା ପୁରସ୍କାର ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ନିରଜଙ୍କୁ କେଉଁଠୁ କେତେ ପୁରସ୍କାର ମିଳିଛି :-

୧. ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କୁପରେ ହରିୟାଣା ସରକାର ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

୨. ପଞ୍ଜାବ ସରକାର ୨ କୋଟି ଟଙ୍କା

୩. ରେଳବାଇ ୩ କୋଟି ଓ ମଣିପୁର ସରକାର ଏକ କୋଟି ଟଙ୍କା

୪. ବିସିସିଆଇ ୧ କୋଟି ଟଙ୍କା

୫. ଚେନ୍ନାଇ ସୁପର କିଙ୍ଗ୍ସ ଏକ କୋଟି ଟଙ୍କା

୬. ଆନନ୍ଦ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବାକୁ ଘୋଷଣା କରିଛନ୍ତି।

୭. ଭାରତୀୟ ଅଲିମ୍ପିକ ସଂଘ ୭୫ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ ଯେ ନିୟମ ଅନୁଯାୟୀ, ୫୦ ହଜାରରୁ ଅଧିକ ଟଙ୍କା କିମ୍ବା ପୁରସ୍କାର ଉପରେ ଟିକସ ଦେବାକୁ ପଡିଥାଏ । ବର୍ତ୍ତମାନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୫୦ହଜାରରୁ ଅଧିକ ମୂଲ୍ୟର ଉପହାର ପାଇଥାନ୍ତି, ତେବେ ତାଙ୍କୁ ଏହା ଉପରେ ଟିକସ ଦେବାକୁ ପଡିବ । ବେଳେବେଳେ ଗୋଟିଏ ବର୍ଷରେ ଅନେକ ଥର ପୁରସ୍କାର ପାଇଲେ ଏହାର ମୋଟ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହୋଇପାରେ । ଏପରି ପରିସ୍ଥିତିରେ, ଆୟକର ରିଟର୍ଣ୍ଣ ଦାଖଲ କରିବାବେଳେ ଏହାକୁ ଧ୍ୟାନରେ ରଖିବା ଉଚିତ୍। ଆପଣଙ୍କୁ ଆୟକରରେ ୫୦ହଜାର ରୁ ଅଧିକ ଉପହାର ବିଷୟରେ ସୂଚନା ଦେବାକୁ ପଡିବ। ଯଦି ଆପଣ ଏହି ସୂଚନା ଆୟକର ବିଭାଗକୁ ଲୁଚାନ୍ତି, ତେବେ ଆପଣ ପରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନୀରଜଙ୍କୁ ପୁରସ୍କାର ବାବଦରେ ଯେଉଁ ଟଙ୍କା ଦେବେ ତା’ ଉପରେ କର ଲାଗିବ ନାହିଁ କିନ୍ତୁ ଅନ୍ୟ କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଯଦି ଟଙ୍କା ଦିଅନ୍ତି ନୀରଜଙ୍କୁ ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡିବ ।

The post ଟୋକିଓ ଅଲିମ୍ପିକ୍ସ : ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ଦେବାକୁ ପଡିବ ୩୦% ଟ୍ୟାକ୍ସ appeared first on Satya Patha.

Read Moreଖେଳ, ଜାତୀୟ, Neeraj chopdaSatya Patha

Leave a Reply

Your email address will not be published. Required fields are marked *