ଖୁବ ଶୀଘ୍ର ନିଯୁକ୍ତି ପାଇବେ ୧୧,୪୫୦ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୧୧,୪୫୦ ଶିକ୍ଷକ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ ପୂରଣ କରାଯିବ । ୨୦୫୫ ହୀନ୍ଦି, ୧୩୦୪ ସଂସ୍କୃତ ଏବଂ ୧୨୬୦ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ଗୋଟି TGT ଏବଂ ତେଲଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ଗୋଟି ନୂତନ ସୃଷ୍ଟି ହୋଇଥିବା TGT, କ୍ଲାସିକାଲ ଏବଂ ହୀନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

The post ଖୁବ ଶୀଘ୍ର ନିଯୁକ୍ତି ପାଇବେ ୧୧,୪୫୦ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ appeared first on Satya Patha.

Read Moreରାଜ୍ୟ, sameer ranjan dashSatya Patha

Leave a Reply

Your email address will not be published. Required fields are marked *