ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ଚାଷୀଙ୍କୁ ମିଳିଲା ୫୮୯ କୋଟି ଟଙ୍କା

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ପରବର୍ତ୍ତି କିସ୍ତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ଅଧୀନରେ ଓଡ଼ିଶାର ୨୯ ଲକ୍ଷ ୪୪ ହଜାର ୯୪୮ ଜଣ ହିତାଧିକାରୀଙ୍କୁ ମୋଟ ୫୮୮ କୋଟି ୯୯ ଲକ୍ଷ ୬୮ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି ।

Read MorePIB_NEWS, ଆଜିର ଖବର, ଜାତୀୟ ଖବର, ରାଜ୍ୟ ଖବର, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀThe Samikhsya Odia

Leave a Reply

Your email address will not be published. Required fields are marked *