ସବୁ ପୂଜାକୁ ଅନୁମତି , ଆସିବେନି ଶ୍ରଦ୍ଧାଳୁ

ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଗଣେଶ ପୂଜା, ଦୂର୍ଗା ପୂଜା, ଲକ୍ଷ୍ମୀ ପୂଜା , କାଳୀ ପୂଜା ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ସିପିଙ୍କ ଅନୁମତି ଜରୁରୀ । ତେବେ ସରକାର ଜାରି କରିଥିବା କଟକଣା ଅନୁଯାୟୀ, ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ବାରଣ କରାଯାଇଛି । କୌଣସି ସାଜସଜ୍ଜା, ତୋରଣ କରାଯିବ ନାହିଁ । ପ୍ରତିମାର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ମଣ୍ଡପରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପ୍ରଭୃତି କରାଯାଇପାରିବ ନାହିଁ ।

The post ସବୁ ପୂଜାକୁ ଅନୁମତି , ଆସିବେନି ଶ୍ରଦ୍ଧାଳୁ appeared first on TakshakTV.

Read MoreBig Story, Trending News, puja guideline2021TakshakTV

Leave a Reply

Your email address will not be published. Required fields are marked *