ଟୋକିଓ ଅଲମ୍ପିକ୍ସିର ପଦକ ତାଲିକାରେ ପଞ୍ଚମରେ ଭାରତ

ଟୋକିଓ ଅଲିମ୍ପିକ୍ସରେ ଭାରତ ଆଶାନୂରୁପ ପଦକ ହାସଲ କରିବାରେ ବିଫଳ ହୋଇଛି । ଅଗଷ୍ଟ 7 ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ମିଳିଥିବା ପଦକ ତାଲିକାରେ ମୋଟ୍ ୮୪ ପଦକ ପାଇ ଚୀନ ଶୀର୍ଷରେ ରହିଛି । ଚୀନ ୩୮ଟି ସ୍ୱର୍ଣ୍ଣ ପଦକ, ୨୯ଟି ରୌପ୍ୟ, ୧୭ଟି ବୋଞ୍ଜ ପଦକ ପାଇଥିବାବେଳେ ୩୪ ଟି ସ୍ୱର୍ଣ୍ଣ , ୩୬ଟି ରୌପ୍ୟ, ୩୨ଟି ବ୍ରୋଞ୍ଜ ପଦକ ପାଇ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଜାପାନକୁ ୨୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ, ୧୬ଟି ବ୍ରୋଞ୍ଜ ମେଡାଲ ମିଳିଛି । ଗ୍ରେଟ ବିଟେନକୁ ୧୯ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ , ୨୧ ଟି ବ୍ରୋଞ୍ଜ ମେଡାଲ ମିଳିଛି । ପଦକ ତାଲିକାରେ ପଛରେ ରହିଛି ଭାରତ । ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଭାରତ ଅସମର୍ଥ ହୋଇଥିବାବେଳେ ୨ଟି ରୌପ୍ୟ , ୩ଟି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ଜାଭଲିନ ଥ୍ରୋରେ ନୀରଜ ଫାଇନାଲକୁ ଯାଇଥିବାରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିବାର ଆଶା ରହିଛି ।

The post ଟୋକିଓ ଅଲମ୍ପିକ୍ସିର ପଦକ ତାଲିକାରେ ପଞ୍ଚମରେ ଭାରତ appeared first on TakshakTV.

Read MoreBig Story, Sports, Trending News, tokyo highlight, tokyo medalist list, tokyo-olympics-2020TakshakTV

Leave a Reply

Your email address will not be published. Required fields are marked *