ସିବିଏସଇ ପରୀକ୍ଷା ପାସ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ସିବିଏସଇ ପରୀକ୍ଷା ପାସ୍ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ସେ ଶୁଭକାମନା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସଫଳତାର ସହ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିବା ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ।”

Read Moreଆଜିର ଖବର, ଜାତୀୟ ଖବର, cbse, ନରେନ୍ଦ୍ର ମୋଦି, ନରେନ୍ଦ୍ରମୋଦୀ, ପ୍ରଧାନମନ୍ତ୍ରୀ, ସିବିଏସଇThe Samikhsya Odia

Leave a Reply

Your email address will not be published. Required fields are marked *