ଟୋକିଓ ଅଲିମ୍ପିକ୍ସ: ଜାପାନକୁ ୫-୩ ରେ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପୁରୁଷ ହକି ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ପୁଲ୍ ଏ ର ଶେଷ ମ୍ୟାଚ୍ ରେ ଜାପାନକୁ ଭାରତୀୟ ଦଳ ୫-୩ ରେ ପରାସ୍ତ କରିଥିଲେ। ଏହା ହେଉଛି ଭାରତର ଚତୁର୍ଥ ବିଜୟ। ସ୍ପେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନାକୁ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରିଛି। ଏହି ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚରେ ହାରିଛି। କେବଳ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ୧-୭ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଆଜିର ଜାପାନ ବିରୋଧ ମ୍ୟାଚରେ ଗୁରୁଜନ୍ତ ଏବଂ ହରମାନପ୍ରୀତ ସିଂ ଦୁଇଟ ଲେଖାଏଁ ଗୋଲ କରିଥିବା ବେଳେ ନୀଲକାନ୍ତା ଶର୍ମା ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ।

Read Moreଅନ୍ତରାଷ୍ଟ୍ରୀୟ, ଆଜିର ଖବର, ଖେଳ, ଜାତୀୟ ଖବର, ଜାପାନ, ଟୋକିଓ ଅଲିମ୍ପିକ୍ସ, ପରାସ୍ତ କଲା, ଭାରତୀୟ ପୁରୁଷ ହକି ଦଳThe Samikhsya Odia

Leave a Reply

Your email address will not be published. Required fields are marked *