ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ

ସିବିଏସଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଲା । ପରୀକ୍ଷାରେ 99.37 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ 99.13 ପ୍ରତିଶତ ଛାତ୍ର ଏବଂ 99.67 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 70,004 ଛାତ୍ରଛାତ୍ରୀ 95 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ମୋଟ 12 ଲକ୍ଷ 96 ହଜାର 318 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ମୂଲ୍ୟାୟନ କରାଯାଇଥିଲା । ସିବିଏସଇ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ।

The post ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ appeared first on TakshakTV.

Read MoreBig Story, National, Trending News, cbse 12th result, cbse result 2021TakshakTV

Leave a Reply

Your email address will not be published. Required fields are marked *