ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଯୁକ୍ତ ୨ ର ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ।

କିନ୍ତୁ ବର୍ତ୍ତମାନ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ କେବେ ପ୍ରକାଶ ପାଇଁ ତାହା ଘୋଷଣା ହୋଇନାହିଁ। ଏହାର ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

Read Moreଆଜିର ଖବର, ରାଜ୍ୟ ଖବର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଯୁକ୍ତ ୨ ପରୀକ୍ଷା ଫଳThe Samikhsya Odia

Leave a Reply

Your email address will not be published. Required fields are marked *