କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ

(ସତ୍ୟ ପାଠା):ପୂର୍ବତନ ରଷ୍ଟ୍ରପତି ଏପିଜେ ଅବଦୁ କଲାମଙ୍କ ଜୁଲାଇ ୨୭ ତାରିଖ ୨୦୧୫ ରେ ଦେହାନ୍ତ ହୋଇଥିଲା ସେତବେଳକୁ ତାଙ୍କର ବୟସ ୮୩ ବର୍ଷ ହୋଇଥିଲା । । ସେ ଜଣେ ବୃତ୍ତିଗତ ଏରୋସ୍ପେସ୍‌ର ବୈଜ୍ଞାନିକ ଥିଲେ । ଖାଲି ସେତିକି ନୁହେଁ ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଭାରତର ୧୧ ତମ ରଷ୍ଟ୍ରପତି ଭାବରେ କାର୍ଯ୍ୟଭାର ତୁଲାଇ ଥିଲେ । କଲାମ ତାମିଲନାଡୁର ରମେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ଆଜି ହେଉଛି କଲାମଙ୍କର ଷଷ୍ଠ ମୃତ୍ୟୁ ବାର୍ଷିକ ।ସେ ଦେଶକୁ କେବଳ ବିଜ୍ଞାନ କ୍ଷେତ୍ରରେ ସହଯୋଗ କରିନଥିଲେ , ବରଂ ସାରାବିଶ୍ୱରେ ଭଲ ରଷ୍ଟ୍ରପତି ରୂପେ ଚିହ୍ନଟ । ଦେଶକୁ ବିଜ୍ଞାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲେ କଲାମ ।ସେ ସର୍ବଦା ସଧାରଣ ଲୋକଙ୍କ ସହିତ ରହିବା ପସନ୍ଦ କରୁଥିଲେ ଯେଉଁଥି ପାଇଁ କଲାମଙ୍କୁ ପିପୁଲ୍ସ (ଲୋକଙ୍କ)ରଷ୍ଟ୍ରପତି ଭାବରେ ସମ୍ମାନିତ କରାଯାଇଥିଲା । ତାଙ୍କର ସରଳ ଜୀବନ ଯାପନ ପାଇଁ ସେ ଲୋକଙ୍କ ନିକଟତର ହୋଇ ପାରିଥିଲେ । କଲାମ ଯୁବ ସମାଜକୁ ବିଜ୍ଞାନ ଓ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱ ଦେବା ପାଇଁ ପ୍ରେରିତ କରୁଥିଲେ ।କଲାକ ଏକ ଗରିବ ପରିବାରରେ ଜନ୍ମ କରିଥିଲେ ସୁଦ୍ଧା ତାଙ୍କର ମନବଳ କେବେ ଭାଙ୍ଗି ନଥିଲା କି ଆଗକୁ ବଢିବାର ଯେଉଁ ଇଚ୍ଛା ଶକ୍ତି ସାମ୍ନାରେ ଗରିବି କେବେ ବାଧକ ସାଜି ନଥିଲା । ପିଲାଦିନରେ ସେ ସଂଘର୍ସ ପୂର୍ଣ୍ଣ ଜୀବନ ପେପର ବିକ୍ରି କରିବା ଠାରୁ ଆରମ୍ଭ କରିଥିଲେ ।କଲାମ ଛୋଟ ପିଲାଙ୍କୁ ବହୁତ୍ ପସନ୍ଧ କରୁଥିଲେ ।ଏବଂ ତାଙ୍କର ଜୀବନ ଶୈଳି ସାଧା ସିଧା ରଖିଥିବା ସହିତ ସାମାଜକୁ ଅଗ୍ରଗତି କରାଇବା କ୍ଷେତ୍ରରେ ସଦା ସର୍ବଦା ସଜାଗ ରହିଥିଲେ । ଆଜି ତାଙ୍କର ଷଷ୍ଠ ଶ୍ରାାଦ୍ଧବାର୍ଷିକ ଅବସରରେ ସତ୍ୟପାଠ ପରିବାର ତରଫରୁ ଭକ୍ତିପୃତ୍ତ ଶ୍ରଦ୍ଧାଞ୍ଜଳୀ ।

The post କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ appeared first on Satya Patha.

Read Moreରାଜ୍ୟ, ସତ୍ୟପାଠSatya Patha

Leave a Reply

Your email address will not be published. Required fields are marked *