୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ବିମାନ ବନ୍ଦରଗୁଡିକର ୭୦୦୦ କୋଟି ଟଙ୍କା କ୍ଷତି ହୋଇଛି, ଯାତ୍ରୀଙ୍କ ଯାତାୟାତରେ ୬୩% ହ୍ରାସ ପାଇଛି : ରିପୋର୍ଟ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : 2021 ଆର୍ଥିକ ବର୍ଷରେ ଭାରତର ବିମାନବନ୍ଦର ଅପରେଟରମାନେ 7,000 କୋଟି ଟଙ୍କା କ୍ଷତି ସହିଛନ୍ତି। CAPA ଇଣ୍ଡିଆର ରିପୋର୍ଟ ଅନୁଯାୟୀ  2020 ଆର୍ଥିକ ବର୍ଷରେ ଅପରେଟରମାନେ 5,160 କୋଟି ଟଙ୍କା ଲାଭ କରିଛନ୍ତି । ‘ଭାରତ ବିମାନ ବନ୍ଦର ସମୀକ୍ଷା FY2021’ ରିପୋର୍ଟ ଅନୁଯାୟୀ ମୋଟ ଯାତ୍ରୀବାହୀ ଯାତାୟାତ 63 ପ୍ରତିଶତ ହ୍ରାସ ପାଇ 115 ନିୟୁତ ଯାତ୍ରୀରେ ପହଞ୍ଚିଛି। ଶେଷ ଥର ପାଇଁ 2008 ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। 

 ବିମାନ ବନ୍ଦରଗୁଡିକର ମିଳିତ ଅପରେଟିଂ ରାଜସ୍ୱ 64.1 ପ୍ରତିଶତ ହ୍ରାସ ପାଇ 83.1 ବିଲିୟନ (8,310 କୋଟି ଟଙ୍କା) ରେ ପହଞ୍ଚିଛି।

 “AAI (ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ) ଏହି କ୍ଷତିର 69 ପ୍ରତିଶତ ଏବଂ ପିପିପି (ସରକାରୀ-ବେସରକାରୀ ଭାଗିଦାରୀ) ଅପରେଟରମାନେ 31 ପ୍ରତିଶତ ଅଂଶ ଗ୍ରହଣ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ମୋଟ ନଗଦ 135.9 ବିଲିୟନ (13,590 କୋଟି ଟଙ୍କା) ରେ ପହଞ୍ଚିଛି ବୋଲି ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, CAPA ଇଣ୍ଡିଆ ହେଉଛି ଏକ ବିମାନ ପରାମର୍ଶଦାତା ସଂସ୍ଥା ଏବଂ ଏହାର ଗ୍ରାହକ ଭାବରେ ଅନେକ ଅଗ୍ରଣୀ ବିମାନବନ୍ଦର ଅପରେଟର ଏବଂ ଏୟାରଲାଇନ୍ସ ଅଛି।

  ଗତ ସପ୍ତାହରେ ସଂସଦରେ ରାଜ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି. କେ ସିଂ କହିଛନ୍ତି ଯେ କରୋନା ମହାମାରୀ ଏପର୍ଯ୍ୟନ୍ତ ହ୍ରାସ ପାଇ ନ ଥିବାରୁ ଭାରତର ବିମାନବନ୍ଦରଗୁଡିକ ଆଗକୁ ମଧ୍ୟ କ୍ଷତି ସହିବାକୁ ଯାଉଛନ୍ତି। AAI ମାଲିକାନାରେ ଥିବା 136 ବିମାନବନ୍ଦରଗୁଡିକ ମଧ୍ୟରୁ ମଧ୍ୟରୁ 107 ଟି କ୍ଷତି ସହିଥିବାବେଳେ ଏହି ବିମାନବନ୍ଦରଗୁଡିକ ମଧ୍ୟରୁ 91 ଟି 1,368.82 କୋଟି ଟଙ୍କା କ୍ଷତି ସହିଥିବା ରିପୋର୍ଟ କରାଯାଇଛି।  ଆର୍ଥିକ ବର୍ଷ 2019 ରେ, AAI ଦ୍ବାରା ପରିଚାଳିତ 101 ଟି ବିମାନବନ୍ଦର 1,668.69 କୋଟି ଟଙ୍କା କ୍ଷତି ସହିଛନ୍ତି ।

 ଡୋମେଷ୍ଟିକ୍ ଟ୍ରାଫିକ୍ 61.8 ପ୍ରତିଶତ ହ୍ରାସ ପାଇ 105 ନିୟୁତ ଯାତ୍ରୀରେ ପହଞ୍ଚିଛି, କିନ୍ତୁ ଆନ୍ତର୍ଜାତୀୟ ଟ୍ରାଫିକ୍ କୁ ଏକ ବଡ଼ ଝଟକା ଲାଗିଛି – ଏହା 84.8 ପ୍ରତିଶତରୁ ହ୍ରାସ ପାଇ 10.1 ନିୟୁତରେ ପହଞ୍ଚିଛି, ପ୍ରାୟ 30 ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି ବୋଲି CAPA ରିପୋର୍ଟରେ ଦର୍ଶାଯାଇଛି।

 ସମ୍ପ୍ରତି ଭାରତରୁ ନିର୍ଦ୍ଧାରିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷେଧ ରହିଛି ଏବଂ କେବଳ ଏୟାର ବବଲ ବ୍ୟବସ୍ଥା ମାଧ୍ୟମରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି।  ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନ, ବହାରେନ, ବାଂଲାଦେଶ, ଭୁଟାନ, କାନାଡା, ଇଥିଓପିଆ, ଫ୍ରାନ୍ସ, ଜର୍ମାନୀ, ଇରାକ, ଜାପାନ, କେନିଆ, କୁଏତ, ମାଲଦ୍ୱୀପ, ନେପାଳ, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, କାତାର, ଋଷ, ରୁୱାଣ୍ଡା, ସେଚେଲ୍ସ  , ଶ୍ରୀଲଙ୍କା, ତାଞ୍ଜାନିଆ, ୟୁକ୍ରେନ, ୟୁଏଇ, ବ୍ରିଟେନ, ଆମେରିକା ଏବଂ ଉଜବେକିସ୍ତାନ ସହିତ ଭାରତର ଏହି ଚୁକ୍ତିନାମା ରହିଛି।

 ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି :- 

 ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଅନେକ ରାଜ୍ୟ ସରକାରଙ୍କ ଦ୍ୱାରା ବାରମ୍ବାର ନିୟମ ପରିବର୍ତ୍ତନ ହୋଇନଥାନ୍ତା। ତେବେ ଯାତ୍ରୀମାନଙ୍କ ଯାତାୟାତ ବର୍ତ୍ତମାନର ପରିସଂଖ୍ୟାନ ତୁଳନାରେ 7-10 ନିୟୁତ ଅଧିକ ହୋଇଥାନ୍ତା

 ମହାରାଷ୍ଟ୍ର ହେଉଛି ଏହାର ଏକ ଉଦାହରଣ।  ଅନୁମାନ କରାଯାଏ ଯେ କେବଳ ମୁମ୍ବାଇ ବିମାନ ବନ୍ଦରରେ 3.5-4.5 ମିଲିୟନ ଯାତ୍ରୀ ଯାତାୟତ କରିଥାନ୍ତି। ମେଟ୍ରୋ ବିମାନବନ୍ଦର ମଧ୍ୟରେ ମୁମ୍ବାଇରେ ସର୍ବାଧିକ ହ୍ରାସ ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି।

 ମେଟ୍ରୋ ସହର ଗୁଡ଼ିକ ମଧ୍ୟରେ ମୁମ୍ବାଇ ବିମାନବନ୍ଦର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଯାତ୍ରୀଙ୍କ ଯାତାୟାତରେ 75.9 ପ୍ରତିଶତ ହ୍ରାସ ଏବଂ 317.41 କୋଟି ଟଙ୍କା କ୍ଷତି ହୋଇଛି। ଯାତ୍ରୀଙ୍କ ଯାତାୟାତରେ 75.3 ପ୍ରତିଶତ ହ୍ରାସ ସହିତ ଚେନ୍ନାଇ ବିମାନବନ୍ଦର ଦ୍ବିତୀୟରେ ରହିଛି ।  ଏହାର ତୁଳନାରେ ଦିଲ୍ଲୀରେ 66.4 ପ୍ରତିଶତ ହ୍ରାସ ଏବଂ 317.41 କୋଟି ଟଙ୍କା, ବେଙ୍ଗାଲୁରୁରେ 66.3 ପ୍ରତିଶତ ହ୍ରାସ, ହାଇଦ୍ରାବାଦରେ 63.4 ପ୍ରତିଶତ ଏବଂ କୋଲକାତାରେ 64.9 ପ୍ରତିଶତ ହ୍ରାସ ଏବଂ 31.04 କୋଟି ଟଙ୍କା ହ୍ରାସ ଘଟିଛି।

 ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ରରେ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁଁ ବାଙ୍ଗାଲୋର (ବେଙ୍ଗାଲୁରୁ) ମୁମ୍ବାଇକୁ ପ୍ରଥମ ଥର ପାଇଁ ପଛରେ ପକାଇ ଭାରତର ଦ୍ୱିତୀୟ ବ୍ୟସ୍ତବହୁଳ ଘରୋଇ ବିମାନବନ୍ଦର ଭାବରେ ଉଭା ହୋଇଛି।

 ସଂସଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ପୁଣେ ବିମାନବନ୍ଦର କେବଳ 2021 ମସିହାରେ 16.09 କୋଟି ଟଙ୍କା ଲାଭ ହୋଇଥିବା ରିପୋର୍ଟ କରିଥିଲା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ପୁଣି ଥରେ ସ୍ଥିତି ସୁଧୁରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି। 

The post ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ବିମାନ ବନ୍ଦରଗୁଡିକର ୭୦୦୦ କୋଟି ଟଙ୍କା କ୍ଷତି ହୋଇଛି, ଯାତ୍ରୀଙ୍କ ଯାତାୟାତରେ ୬୩% ହ୍ରାସ ପାଇଛି : ରିପୋର୍ଟ appeared first on Satya Patha.

Read Moreଜାତୀୟ, AAI, Indian Air PortSatya Patha

Leave a Reply

Your email address will not be published. Required fields are marked *