ଗୁରୁତର ୨ ଯବାନଙ୍କୁ ଏମ୍ସ ନିଆଯାଉଛି

କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ଘଟଣା । ଗୁଇନ୍ଦା ସୁତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢାଉ କରିଥିଲେ । କେକେବିଏନ ସଙ୍ଗଠନରେ ମାଓବାଦୀ ଏକାଠି ହୋଇଥିବା ଖବର ମିଳିଥିଲା । ଚଢାଉ ବେଳେ ଉଭୟଙ୍କ ଭିତରେ ଗୁଳିବିନିମୟ ଚାଲିଛି । ଗୁଳିବିନିମୟରେ ୨ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ୨ ଯବାନଙ୍କ ଅବସ୍ଥା ସ୍ଥିର ଥିବା ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ସୂଚନା ଦେଇଛନ୍ତି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଚାଲିଛି ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଗୁରୁତର ହୋଇଥିଲେ । ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କରିଛନ୍ତି ଡିଜିପି । କୋରାପୁଟ ଗସ୍ତରେ ଥିବା ଡିଜିପି ଘଟଣାସ୍ଥଳରେ ପହଁଞ୍ଚିଥିଲେ । ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଏୟାରଲିଫ୍ଟ କରି ଆଣୁଛନ୍ତି । କିଛି ସମୟ ମଧ୍ୟରେ ଭୁବନେଶ୍ୱରରେ ପହଁଞ୍ଚିବେ ଆହତ ଯବାନ । ସେମାନଙ୍କୁ ଏମ୍ସରେ ଚିକିତ୍ସା କରାଯିବ ।

The post ଗୁରୁତର ୨ ଯବାନଙ୍କୁ ଏମ୍ସ ନିଆଯାଉଛି appeared first on TakshakTV.

Read MoreBig Story, Trending News, 2 jawan enjured, boudha mao encounter, mao encounter, police dgTakshakTV

Leave a Reply

Your email address will not be published. Required fields are marked *