ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଗୁରୁତର ଯବାନଙ୍କୁ ନିଜ ହେଲିକ୍ୟାପ୍ଟରରେ ଏୟାରଲିଫ୍ଟ କଲେ ଡିଜି

ଭୁବନେଶ୍ବର: ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ଫୁଲବାଣୀ-ବୌଦ୍ଧ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ୮ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଛି। ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି।

କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Read Moreଆଜିର ଖବର, ରାଜ୍ୟ ଖବର, ଏୟାରଲିଫ୍ଟ, ଗୁରୁତର ଯବାନ, ଗୁଳିବିନିମୟ, ପୋଲିସ-ମାଓବାଦୀThe Samikhsya Odia

Leave a Reply

Your email address will not be published. Required fields are marked *