ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ କରୋନା ଟିକା: କେନ୍ଦ୍ର ସରକାର ଦେଲା ଅନୁମତି

ନୂଆଦିଲ୍ଲୀ: ଗର୍ଭବତୀଙ୍କୁ କରୋନା ଟିକା ଦେବାକୁ ନେଇ ଏବେ ଆଶଙ୍କା ସମାପ୍ତ ହୋଇଛି। ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ବହୁ ଦିନ ଧରି ଏହା ଉପରେ ଆଲୋଚନା ଓ ତର୍ଜମା ଜାରି ରହିଥିଲା।

ତେବେ ଶେଷରେ କେନ୍ଦ୍ର ସରକାର ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଅନୁମତି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟିକାକରଣରେ ସାମିଲ ହେବା ପାଇଁ ଗର୍ଭବତୀ ମହିଳାମାନେ କୋ-ୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ।

Read Moreଆଜିର ଖବର, ଜାତୀୟ ଖବର, ରାଜ୍ୟ ଖବର, ସ୍ବାସ୍ଥ୍ୟ, କରୋନା ଟିକା, କେନ୍ଦ୍ର ସରକାର, ଗର୍ଭବତୀ ମହିଳାThe Samikhsya Odia

Leave a Reply

Your email address will not be published. Required fields are marked *