ପୋଲିସକୁ ମହଙ୍ଗା ପଡିଲା ଭାଇରାଲ ଭିଜୁଆଲ

ସୀମା ଟପିଯାଉଛି ପୋଲିସର ବର୍ବରତା । ଲକଡାଉନ୍ କଟକଣା କାର୍ଯ୍ୟକାରୀ କରିବା ନାଁରେ କିଛି ପୋଲିସ ବାବୁଙ୍କ ଅସଲ ଚେହେରା ପଦାକୁ ଆସୁଛି । ନିକଟରେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନବମ ଶ୍ରେଣୀରେ ପଢୁଥିବା ନାବାଳକ ତା ବାପାଙ୍କ ଅନୁପସ୍ଥିତିରେ ଚା’ ଦୋକାନ ଖୋଲିଥିବାବେଳେ ପୋଲିସ ବାବୁ ଜଣଙ୍କ ତାକୁ ନିର୍ଧୁମ ପିଟିଥିଲେ । ଏମିତିକି ତା ଦୋକାନ ଭିତରକୁ ପଶି ତାକୁ ଘୋଷାଡି ଆଣିବା ସହ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ସେତିକିରେ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ତା ଦୋକାନରୁ ସାମଗ୍ରୀ ନେଇଯାଇଥିଲେ । ତେବେ ପୋଲିସ କର୍ମଚାରୀଙ୍କ ଏହି ବର୍ବରତା ସୌଭାଗ୍ୟବଶତଃ ସିସିଟିଭରେ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍ ପୋଲିସ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

The post ପୋଲିସକୁ ମହଙ୍ଗା ପଡିଲା ଭାଇରାଲ ଭିଜୁଆଲ appeared first on TakshakTV.

Read MoreBig Story, Trending NewsTakshakTV

Leave a Reply

Your email address will not be published. Required fields are marked *