ପୂର୍ବତନ ଏଆଇଡିଏମକେ ମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶୀକଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।ତାମିଲନାଡୁର ଭିଲୁପୁରାମ ଜିଲ୍ଲାର ରୋଶାନାଇ ପୋଲିସ ଷ୍ଟେସନରେ ପୂର୍ବତନ ଏଆଇଏଡିଏମକେ ନେତା ଶଶିକଳା ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ପୂର୍ବତନ ଏଆଇଏଡିଏମକେ ଏଆଇଡିଏମକେ ନେତା ସି ଭି ସନମୁଗମ ଶଶୀକଳାଙ୍କ ବିରୋଧରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ତାଙ୍କୁ ଧମକ ମିଳିଥିବା ସନମୁଗମ ଅଭିଯୋଗ କରିଛନ୍ତି। ଶଶିକଳା ଏବଂ ତାଙ୍କ ୫୦୦ ସମର୍ଥକଙ୍କ ବିରୋଧରେ ଆଇପିସିର ଧାରା ୫୦୬(ଏ), ୫୦୭, ୧୦୯, ୬୭ ଏବଂ ଆଇଟି ଆକ୍ଟ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, AIADMK ଭିଲୁପୁରମ୍ ଉତ୍ତର ଜିଲ୍ଲା ସଚିବ ସନମୁଗମ ଜୁନ୍ ୯ ରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଜୁନ୍ ୭ ରେ ଶଶୀକଳାଙ୍କୁ ପୁନର୍ବାର ଦଳରେ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସନମୁଗମ କହିଥିଲେ ।ଶଶୀକଳା ଏହି ମାମଲାରେ ସିଧାସଳଖ ଧମକ ଦେଇନଥିଲେ ମଧ୍ୟ ତାଙ୍କ ସମର୍ଥକ ମାନେ ସନମୁଗମଙ୍କୁ ଧମକ ଦେଇଥିଲେ। ତାଙ୍କ ମୋବାଇଲକୁ ୫୦୦ ରୁ ଅଧିକ ଫୋନ୍ କଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଧମକ ଆସିଥିବା ସେ ଦାବି କରିଛନ୍ତି। କିଛି ଦିନ ପୂର୍ବରୁ, ଶଶିକଳା ଏବଂ ଏଆଇଡିଏମକେର କିଛି ସଦସ୍ୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ସାମ୍ନାକୁ ଆସିଥିଲା। ଏଥିରେ ଶୁଣିବାକୁ ମିଳିଥିଲା ​​ଯେ ସେ ପୁଣି ଥରେ ଦଳକୁ ଫେରିବାକୁ ଯାଉଛନ୍ତି। ତେବେ ଏଆଇଡିଏମକେର ନେତା ମାନେ ଏହାକୁ ଏକ ରାଜନୈତିକ ଡ୍ରାମା ବୋଲି କହିଥିଲେ।

The post ପୂର୍ବତନ ଏଆଇଡିଏମକେ ମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ମାମଲା ରୁଜୁ appeared first on Satya Patha.

Read Moreଜାତୀୟ, ରାଜନୀତି, Aidmk, V K ShasikalaSatya Patha

Leave a Reply

Your email address will not be published. Required fields are marked *