ଗାଳି ଦେଇ ଗଳା ଥକି ଯାଇଥିବ, ଏବେ ବିଜେପି ନେତା ମାନେ ଅମ୍ଳଜାନ ଅଭାବ ସମ୍ପର୍କିତ ରିପୋର୍ଟ ଦେଖାଇ ଦିଅନ୍ତୁ : ମନୀଷ ଶିଶୋଦିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀରେ ଅମ୍ଳଜାନ ଅଭାବକୁ ନେଇ ତଥାକଥିତ ସୁପ୍ରିମକୋର୍ଟଙ୍କ ଅକ୍ସିଜେନ ପ୍ୟାନେଲ କମିଟି ରିପୋର୍ଟକୁ ନେଇ ବିଜେପି ଓ ଅମ୍ ଆଦମୀ ପାର୍ଟି ଏବେ ମୁହାଁମୁହିଁ ହୋଇଛନ୍ତି। ତଥାକଥିତ ଏହି ଅଡିଟ୍ ରିପୋର୍ଟରେ ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମାଗିଥିବା ନେଇ ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ଏହାକୁ ନେଇ ବିଜେପି କେଜରିୱାଲ ସରକାରଙ୍କୁ ଟାର୍ଗେଟ କରିଛି। ଏହାର କଡା ଜବାବ ଦେଇଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ। ସେ କହିଛନ୍ତି, ” ମୁଁ ସକାଳୁ ଦେଖୁଛି ଯେ ବଡ ବଡ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀମାନେ ଟିଭି ଚ୍ୟାନେଲରେ କେଜରିୱାଲ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏକ ତଥାକଥିତ ରିପୋର୍ଟ କଥା କହୁଛନ୍ତି ଯେଉଁଥିରେ କୁହାଯାଇଛି ଯେ ଯେତେବେଳେ ଦିଲ୍ଲୀରେ କୋଭିଡର ପିକ୍ ରେ ଥିଲା, ସେତେବେଳେ ଅମ୍ଳଜାନର ଅଭାବ ନଥିଲା ଏବଂ ଆବଶ୍ୟକ ଠାରୁ ୪ ଗୁଣା ଅଧିକ ଅକ୍ସିଜେନର ଦାବି କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ପ୍ୟାନେଲର ତଥାକଥିତ ରିପୋର୍ଟକୁ ଉଦ୍ଧୃତ କରି ଏହା କୁହାଯାଉଛି। ତେବେ ବାସ୍ତବତା ହେଉଛି ସେପରି କୌଣସି ରିପୋର୍ଟ ହିଁ ନାହିଁ। ଅମ୍ଳଜାନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଅମ୍ଳଜାନ ଅଡିଟ୍ କମିଟି ଗଠନ କରିଥିଲେ। ଆମେ ଏହି ଅମ୍ଳଜାନ ଅଡିଟ୍ କମିଟିର ଅନେକ ସଦସ୍ୟ ମାନଙ୍କ ସହ କଥା ହୋଇଥିଲୁ, ସେମାନେ କହିଛନ୍ତି ଯେ ସେମାନେ ଏମିତି କୌଣସି ରିପୋର୍ଟରେ ଦସ୍ତଖତ କରି ନାହାଁନ୍ତି। ଯେତେବେଳେ ଅମ୍ଳଜାନ ଅଡିଟ୍ କମିଟିର ସଦସ୍ୟମାନେ କୌଣସି ରିପୋର୍ଟରେ ଦସ୍ତଖତ କିମ୍ବା ଅନୁମୋଦନ କରିନାହାଁନ୍ତି, ତେବେ ଏହି ରିପୋର୍ଟ କେଉଁଠାରେ ଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ପ୍ରଶ୍ନ କରିଛନ୍ତି ? ସେ ପଚାରିଛନ୍ତି ଯେ ଏହି ରିପୋର୍ଟ କ’ଣ ଏବଂ ଏହା କେଉଁଠାରୁ ଆସିଲା ? ସକାଳୁ ଟିଭି ଚ୍ୟାନେଲରେ ଚିତ୍କାର କରୁଥିବା ବିଜେପି ନେତାମାନେଙ୍କ ଗଳା ଥକି ଯାଇଥିବ । ତେଣୁ ସେମାନେ ପାଣି ପିଇ ଦେଖାନ୍ତୁ ରିପୋର୍ଟ କେଉଁଠାରେ ଅଛି ? ଏମିତି କୌଣସି ରିପୋର୍ଟ ଅଛି ଯାହା ଅମ୍ଳଜାନ ଅଡିଟ୍ କମିଟିର ସଦସ୍ୟଙ୍କ ଦ୍ବାରା ଦସ୍ତଖତ ଏବଂ ଅନୁମୋଦିତ ହୋଇଛି ? ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ କୋର୍ଟରେ ବିଚାରାଧୀନ ମାମଲାଗୁଡ଼ିକରେ ଏଭଳି ଷଡ଼ଯନ୍ତ୍ର କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଆମେ ସମସ୍ତେ ଜାଣୁ ଯେ ଯେତେବେଳେ କୋଭିଡ ପିକ୍ ରେ ଥିଲେ, ସେତେବେଳେ ଦିଲ୍ଲୀରେ ଅମ୍ଳଜାନର ସଙ୍କଟ ଦେଖାଦେଇଥିଲା। ଅମ୍ଳଜାନ ପରିଚାଳନାର ଦାୟିତ୍ୱ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଅଛି। ସେତେବେଳେ ଡକ୍ଟର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଚିତ୍କାର କରି ଅମ୍ଳଜାନ ମାଗିଥିଲେ। କେନ୍ଦ୍ର ସରକାର ଦାୟିତ୍ବ ଗ୍ରହଣ କରିବା ପରିବର୍ତ୍ତେ ପାର୍ଟି ହେଡ୍ କ୍ୱାର୍ଟରରେ ବିଜେପି ଏକ ମିଥ୍ୟା ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରୁଛି ଏବଂ ଏହାକୁ ଅମ୍ଳଜାନ ଅଡିଟ୍ କମିଟିର ରିପୋର୍ଟ ବୋଲି କହିଛି। ଯଦି ଅମ୍ଳଜାନ ଅଡିଟ୍ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି, ତେବେ ବିଜେପି ନେତା ତଥା ବଡ ବଡ କେନ୍ଦ୍ର ମନ୍ତ୍ରୀମାନେ ସେହି ରିପୋର୍ଟ ଦେଖାଇବା ଉଚିତ୍ ଏବଂ କେଉଁ ସଦସ୍ୟ ମାନେ ଏଥିରେ ଦସ୍ତଖତ କରିଛନ୍ତି ତାହା ମଧ୍ୟ ସାର୍ବଜନୀନ କରନ୍ତୁ ବୋଲି ଶିଶୋଦିଆ କହିଛନ୍ତି। କେନ୍ଦ୍ର ସରକାରଙ୍କ ଭୁଲ୍ ଅମ୍ଳଜାନ ପରିଚାଳନା ହେତୁ ଲୋକମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଏବେ ସେହି ସମସ୍ତ ଲୋକ ମିଛ କହୁଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କ ପାଇଁ ଅମ୍ଳଜାନ ପାଇ ନାହାଁନ୍ତି ? ସେ ପ୍ରଶ୍ନ କରିଛନ୍ତି ଯେ ସବୁ ଡାକ୍ତରଖାନା କଣ ମିଛ କହୁଛନ୍ତି। ଯେଉଁ ଲୋକମାନେ ସେତେବେଳେ କୋର୍ଟକୁ ଯାଇଥିଲେ, ସମସ୍ତେ କଣ ମିଛ କହୁଛନ୍ତି କି ବୋଲି ସେ ପଚାରିଛନ୍ତି ? ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି, ” ମୁଁ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳ ସମ୍ଭାଳିବାକୁ ଅନୁରୋଧ କରୁଛି। ସେମାନେ ମିଛ କହିବା ଆରମ୍ଭ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ଝଗଡ଼ାକାରୀ ଦଳ ହୋଇଯାଇଛି। ପ୍ରତ୍ୟେକ ଦିନ ସେମାନେ ଝଗଡା କରୁଛନ୍ତି। ଏମାନଙ୍କୁ କିଛି କାମ ଦିଅ ନଚେତ୍ ସେମାନେ ସବୁବେଳେ ଝଗଡା କରିବେ।

The post ଗାଳି ଦେଇ ଗଳା ଥକି ଯାଇଥିବ, ଏବେ ବିଜେପି ନେତା ମାନେ ଅମ୍ଳଜାନ ଅଭାବ ସମ୍ପର୍କିତ ରିପୋର୍ଟ ଦେଖାଇ ଦିଅନ୍ତୁ : ମନୀଷ ଶିଶୋଦିଆ appeared first on Satya Patha.

Read Moreଜାତୀୟ, ରାଜନୀତି, BJP, Manish sisodia, Oxygen audit reportSatya Patha

Leave a Reply

Your email address will not be published. Required fields are marked *