ଓମଫେଡ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା କାଳରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି।

ସେଥିପାଇଁ ପ୍ରତି ଚାଷୀଙ୍କୁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ। ଗୋ ଖାଦ୍ୟ ବାବଦକୁ ପ୍ରତ୍ୟେକ  ଦୁଗ୍ଧ ଚାଷୀଙ୍କୁ ଏହି ସହାୟତା ରାଶି ମିଳିବ। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।

Read Moreଆଜିର ଖବର, ରାଜ୍ୟ ଖବର, ଆର୍ଥିକ ସହାୟତା, ଓମଫେଡ ଚାଷୀ, କରୋନା କାଳ, କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀ ନବୀନThe Samikhsya Odia

Leave a Reply

Your email address will not be published. Required fields are marked *