ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Read Moreଆଜିର ଖବର, ଧର୍ମ, ଜୟ ଜଗନ୍ନାଥ, ରଥ ନିର୍ମାଣ, ରଥଯାତ୍ରା, ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀମନ୍ଦିରThe Samikhsya Odia

Leave a Reply

Your email address will not be published. Required fields are marked *