କରୋନା ଅପଡେଟ୍: ଦେଶରେ ୭୩ ଦିନ ପରେ ୮ ଲକ୍ଷରୁ କମ ହେଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୭ ଲକ୍ଷ ୬୨ ହଜାର ୭୯୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୩ ହଜାର ୪୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୭୨ ହଜାର ୯୧୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୯୮ ହଜାର ୬୫୬ ଆକ୍ଟିଭ୍‌ କେସ୍ ରହିଛି।

Read Moreଆଜିର ଖବର, ଜାତୀୟ ଖବର, ସ୍ବାସ୍ଥ୍ୟ, କରୋନା ଅପଡେଟ୍, କରୋନା ପଜିଟିଭ, ସକ୍ରିୟ ଆକ୍ରାନ୍ତThe Samikhsya Odia

Leave a Reply

Your email address will not be published. Required fields are marked *