OTDC ଆରମ୍ଭ କଲା ପିଠା ଅନ୍ ହ୍ବିଲ୍

ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଓଡ଼ିଶାର ଏହି ସାଂସ୍କୃତିକ ଗଣପର୍ବ ରଜ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଓଡ଼ିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡ଼ିଶାବାସୀ ଓ ବିଶେଷକରି ମା’ ଓ ଝିଅମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ। ବସୁଧା, ପ୍ରକୃତି ଓ ନାରୀଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଅନନ୍ୟ ପରମ୍ପରା। ସମାଜ ପାଇଁ ନାରୀର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବାର ପର୍ବ। ରଜପର୍ବ ପାଳନ ଅବସରରେ ଓଟିଡିସିର ପାନ୍ଥନିବାସ ଓ ମିଶନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଉଥିବା ‘ପିଠା ଅନ୍ ହ୍ୱିଲ୍‌’ ଉପକ୍ରମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ସମସ୍ତେ କୋଭିଡ୍ କଟକଣା ମାନି ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କଲେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।

ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା

Ama TvRead More

Leave a Reply

Your email address will not be published. Required fields are marked *