ତୈଳ ଦରବୃଦ୍ଧି ପ୍ରତିବାଦ କରି ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି  ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି  ସକାଳ ୭ ଟା ଠାରୁ ୧୧ ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦଳ ତରଫରୁ ରାଜଧାନୀରେ ୟୁନିଟ-୨ ମାର୍କେଟ ବିଲିଂଡି ପାଖ, ରାମମନ୍ଦିର , କଳ୍ପନା, ବାଣୀବିହାର, ରସୁଲଗଡ଼, ନଖରା, ସାମନ୍ତରାପୁର , ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ପାଖ ଏବଂ କଳିଙ୍ଗ ଷ୍ଟାଡିମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ୧୦ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Read Moreଆଜିର ଖବର, ଜାତୀୟ ଖବର, ରାଜ୍ୟ ଖବର, ଓଡିଶା କଂଗ୍ରେସ, ତୈଳ ଦରବୃଦ୍ଧି, ପେଟ୍ରୋଲ ଟାଙ୍କି, ପ୍ରଦେଶ କଂଗ୍ରେସ, ବିଧାୟକ ସୁରେଶ କୁମାର ରାଉତରାୟThe Samikhsya Odia

Leave a Reply

Your email address will not be published. Required fields are marked *