ସୋନୁ ସୁଦଙ୍କୁ ଭେଟିବା ପାଇଁ ତାଙ୍କ ପ୍ରଶଂସକ ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଦୀର୍ଘ 700 କିଲୋମିଟର ଆସିଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କ ରୋ ନା ମହାମାରୀ ସମୟରେ ନିଜର ପରୋପକାରିତା ପାଇଁ ଘରେ ଘରେ ବେଶ୍ ପରିଚିତ ଶ୍ରମିକ ଭଗବାନ ସୋନୁ ସୁଦ୍ । ତାଙ୍କର ଏପରି କାର୍ଯ୍ୟ ପାଇଁ ନିଜ ଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଛନ୍ତି ସୋନୁ ସୁଦ୍ । ତେବେ ସୋନୁ ସୁଦଙ୍କ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଖାଲି ପାଦରେ ଦୀର୍ଘ 700 କିଲୋମିଟର ବାଟ ଚାଲିଚାଲି ଆସିଥିବା ର ଖବର ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ପୁଣି ଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୋନୁ ।

ଭେଙ୍କଟେଶ ନାମକ ଏହି ପ୍ରଶଂସକ ମହାମାରୀ ସମୟରେ ସୋନୁ ତାଙ୍କ ପାଇଁ ପରିବହନ ବ୍ୟବସ୍ଥା କରିଥିବାରୁ ସେ ଏପରି ଉଦ୍ୟମ କରିଥିବାର ସୁଚନା ମିଳିଛି । ଏନେଇ ସୋନୁ ସୁଦ୍ ନିଜ ଟୁଇଟରରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଏବଂ
ମୋତେ ଭେଟିବା ପାଇଁ ହାଇଦ୍ରାବାଦ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଆସିଛନ୍ତି । ଯଦିଓ ମୁଁ ଏକ ପ୍ରକାର ତାଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲି | କିନ୍ତୁ ବାସ୍ତବରେ ଏହା ପ ପ୍ରେରଣାଦାୟକ ଏବଂ ମୁଁ ସମସ୍ତଙ୍କୁ ଏପରି ନ କରିବା ପାଇଁ ଅନୁରୋଧ କରୁଛି ବୋଲି ସୋନୁ ସୁଦ୍ କହିଛନ୍ତି ।

The post ସୋନୁ ସୁଦଙ୍କୁ ଭେଟିବା ପାଇଁ ତାଙ୍କ ପ୍ରଶଂସକ ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଦୀର୍ଘ 700 କିଲୋମିଟର ଆସିଛନ୍ତି appeared first on Satya Patha.

Read Moreକରୋନା, ଜାତୀୟ, ମନୋରଞ୍ଜନ, Fan, sonu soodSatya Patha

Leave a Reply

Your email address will not be published. Required fields are marked *