ଭୂମିକାଙ୍କ ଆଖିରୁ ଖୋଲିବ ପଟି, ରିଲିଜ ହେବ ‘ଚକ୍ଷୁବନ୍ଧନ’ର ଟ୍ରେଲର

ଭୂମିକା ଓ ରାଜେଶଙ୍କୁ ନେଇ ଅନୀଶ ଏଣ୍ଟରଟେନ୍‌ମେଣ୍ଟ ନିର୍ମାଣ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ । ଆସନ୍ତାକାଲି ସଂଧ୍ୟା ୬ଟାରେ ରିଲିଜ୍ ‘ଚକ୍ଷୁବନ୍ଧନ’ର ଟ୍ରେଲର । ଏହାର ପ୍ରଯୋଜନା ଦାୟିତ୍ଵ ତୁଲାଇଛନ୍ତି ତପନ ଦାଶ । ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତା ଅଭିନୟ କରିଛନ୍ତି । ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ୍ ମଜୁମ୍‌ଦାର୍ ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରର ପ୍ରତିଟି ଗୀତ ହୋଇଛି ଖୁବ୍ ମନଛୁଆଁ । ଗୀତ ରଚନା ନିର୍ମଳ ନାୟକ କରିଥିଲା ବେଳେ ଗାଇଛନ୍ତି ବିଶ୍ୱଜିତ ଓ ସୋ ହିନୀ। ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦିଲ୍ଲୀପ ବଳବନ୍ତରାୟ ରହିଥିବା ବେଳେ କାହାଣୀ ଲେଖିଛନ୍ତି ଦିଲ୍ଲୀପ କୁମାର ଚୌଧୁରୀ। ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶିତ ଏହି ଫିଲ୍ମଟି ଓଡ଼ିଆ ସହ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିବା ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା ।

Ama TvRead More

Leave a Reply

Your email address will not be published. Required fields are marked *