ବାପାଙ୍କ ପାଇଁ ସାମ୍ବାଦିକ ସତ୍ୟଙ୍କ ଆକୁଳ ନିବେଦନ

ଦର୍ଶକବନ୍ଧୁ, ପିଲାଙ୍କ ଆଗରେ କେଉଁ ବାପା-ମାଙ୍କ ଦେହ ଖରାପ ହେଲେ କେତେ ଯେ ବ୍ୟସ୍ତ ଲାଗେ । ମନ ଅସ୍ଥିର ଲାଗେ । ଆଉ ଯଦି ଭେଣ୍ଡିଆ ପୁଅର ଆଖି ଆଗରେ ବାପା ଟା ଆଇସିୟୁକୁ ଚାଲିଯାଏ । ତାର ଅବସ୍ଥା ଯେ କଣ ହେଉଥିବ ତାହା କହିବା କଷ୍ଟକର । ଏକଥା ଆମେ ଆଜି ଏଥିପାଇଁ କହୁଛୁ । ଯେ କାର୍ଯ୍ୟରତ ସାମ୍ବାଦିକ ସତ୍ୟଜିତ ସାହୁ । କିଛି ଦିନ ହେବ ତାଙ୍କ ବାପା ରାମଚନ୍ଦ୍ର ସାହୁଙ୍କର ଦୂର୍ଘଟଣା ହୋଇଥିଲା । ୫୦ ଦିନ ହେବ ସେ କଟକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଏବେ ସ୍ଥିର ନଥିବାରୁ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଛି । ସବୁଠୁ ବଡ କଥା ହେଲା ସତ୍ୟଙ୍କ ଏହି ବିପଦ ସମୟରେ ଅର୍ଥର ନିହାତି ଆବଶ୍ୟକତା ରହିଛି । ଲୋନ ଏବଂ ଡ଼ାର କରଜ କରି ସେ ୧୦୦୦୦୦୦ ଟଙ୍କା ଯୋଗାଡ କରିସାରିଥିବାବେଳେ ଆହୁରି ୩୦ ଦିନ ଭିତରେ ତାଙ୍କୁ ଦରକାର୧୦,୦୦,୦୦୦,୦୦ ଟଙ୍କା । କେଉଁଠୁ ଆଣିବେ ଏତେ ଟଙ୍କା । ସତ୍ୟଙ୍କ ପାଇଁ ଏବେ ଏହା ବଡ ସମସ୍ୟା । ସେପଟେ ବାପାଙ୍କର ଏମିତି ଅବସ୍ଥା ଦେଖି ଧର୍ଯ୍ୟେହରା ହୋଇପଡିଛନ୍ତି ସତ୍ୟ । ସାଙ୍ଗ ସାଥୀଙ୍କୁ ଆକୁଳ ନିବେଦନ କରିଛନ୍ତି କିଛି ଟଙ୍କା ଯୋଗାଡ ପାଇଁ । ଆପଣମାନେ ଯଦି ସହଯୋଗର ହାତ ବଢାନ୍ତେ ତେବେ ଗୋଟେ ପୁଅର ମୁହଁରେ ହସ ଫୁଟନ୍ତା । ଏହି ନମ୍ବରରେ କିଛି ନା କିଛି ଟଙ୍କା ଦେଇ ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ।

The post ବାପାଙ୍କ ପାଇଁ ସାମ୍ବାଦିକ ସତ୍ୟଙ୍କ ଆକୁଳ ନିବେଦନ appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *