ଓଡିଶାର 22ଟି ଜିଲ୍ଲାରେ 18-44 ବର୍ଷ ପ୍ରଥମ ଡୋଜ ଟିକା ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର, ଏହି ମାସରେ 22ଟି ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, 22 ଜିଲ୍ଲାରେ 18 ରୁ 44 ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ଆରମ୍ଭ କରନ୍ତୁ। ଜିଲ୍ଲାର ସମସ୍ତ ଏନଏସି, ମ୍ୟୁନିସପାଲିଟ ଅଞ୍ଚଳରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଓଡିଶାକୁ ତିନୋଟି ପର୍ଯ୍ୟାୟରେ  6 ଲକ୍ଷ 45 ହଜାର 790 ଡୋଜ ଟିକା ଆସିଛି। ଏହି ଟିକା କେବଳ ପ୍ରଥମ ଡୋଜ ଭାବେ ଦିଆଯିବ ବୋଲି ନିଷ୍ପତି କରାଯାଇଛି।

Read Moreଆଜିର ଖବର, ଜାତୀୟ ଖବର, ରାଜ୍ୟ ଖବର, ସ୍ବାସ୍ଥ୍ୟ, vaccine, ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍, ସ୍ବାସ୍ଥ୍ୟ ବିଭାଗThe Samikhsya Odia

Leave a Reply

Your email address will not be published. Required fields are marked *