ଫିତା କାଟିବାକୁ ନେଇ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ

କୋଭିଡ କେୟାର ସେଣ୍ଟରର ଉଦଘାଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଢେଙ୍କାନାଳର ବିଜେଡି ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ ମୁକେଶ ପାଲ୍ । ଉଦଘାଟନୀ ସ୍ଥଳରେ ସାଂସଦ ମହେଶ ସାହୁ ପହଞ୍ଚିବା ପୂର୍ବରୁ ବିଧାୟକ ମୁକେଶ ପାଲ୍ ଫିତା କାଟିଦେଇଥିଲେ । ଏହାକୁ ଦେଖି ସାଂସଦ ପାଟିତୁଣ୍ଡ କରିଥିଲେ । ବିଧାୟକ ଓ ତାଙ୍କ ସମର୍ଥକମାନେ ମଧ୍ୟ ସାଂସଦଙ୍କୁ ବିରୋଧ କରିଥିଲେ । ବିଧାୟକଙ୍କ ପ୍ରତି ସାଂସଦ ମହେଶ ସାହୁ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ବିଧାୟକଙ୍କ ସମର୍ଥକମାନେ କହିଥିବା ବେଳେ ସେ କୌଣସି ଖରାପ କଥା କହିନାହାଁନ୍ତି ବୋଲି କହିଛନ୍ତି ସାଂସଦ ମହେଶ ସାହୁ । ବିରୋଧୀ ତୁମ୍ବିତୋଫାନ କରୁତିବା ବେଳେ ଏ ରାଜନୀତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମହେଶ ସାହୁ ।

The post ଫିତା କାଟିବାକୁ ନେଇ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ appeared first on TakshakTV.

Read MoreBig Story, Politics, Trending News, conflict between bjd leaders, mahesh sahu, mukesh palTakshakTV

Leave a Reply

Your email address will not be published. Required fields are marked *