ମୁଣ୍ଡରୁ ଓଢଣା ଖସୁନି, କିନ୍ତୁ ବୁଲେଟଠୁ ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ ଓଡିଆ ବୋହୂ ମୋନାଲିସା

ଚର୍ଚ୍ଚାରେ ଓଡିଆ ବୋହୂ ମୋନାଲିସା ।
ମୁଣ୍ଡରୁ ଓଢଣା ଖସୁନି । କିନ୍ତୁ ବୁଲେଟ ଚଲେଇବାଠୁ ଆରମ୍ଭ କରି ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ । ବସ୍, ଟ୍ରକ, ଟ୍ରାକ୍ଟର, ଟ୍ରଲର ସବୁ ଗାଡିକୁ ଚଲାଇବାରେ ଦକ୍ଷ ସେ । ଯାଜପୁର ଜିଲ୍ଲା ବେରୁଦା ପଞ୍ଚାୟତ ଜହଳ ଗାଁର ବୋହୂ ମୋନାଲିସା ଭଦ୍ର । ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ସେ । ତେବେ ତାଙ୍କ ଗାଡି ଚଲାଇବାର ଦକ୍ଷତା ଯେମିତି, ତା’ଠୁ ବେଶୀ ଭଲ ଲାଗେ ତାଙ୍କର ମାଙ୍କଡମାନଙ୍କ ଭଲ ପାଇବା ଦେଖିଲେ । ଯେମିତି ମାଙ୍କଡମାନେ ତାଙ୍କର ଖୁବ୍ ଆପଣାର । ମାଙ୍କଡମାନେ ବି ଖୁବ ସହଜ ତାଙ୍କ ପାଖରେ ।
ଭବିଷ୍ୟତରେ ହେଲିକପ୍ଟର ଚଲାଇବାର ସ୍ବପ୍ନ ମୋନାଲିସାଙ୍କର ।
ମୋନାଲିସାଙ୍କର ଏସବୁ ଦକ୍ଷତା ଦେଖି ଖୁସି ଶାଶୁଘର ଲୋକେ । ତାଙ୍କର ଏସବୁ ଭିଡିଓ ଏବେ ୟୁଟ୍ୟୁବ ଚ୍ୟାନେଲରେ ଖୁବ୍ ଲୋକପ୍ରିୟ । 22 ଲକ୍ଷରୁ ଅଧିକ ସବ୍ସକ୍ରାଇବର ଅଛନ୍ତି ।

The post ମୁଣ୍ଡରୁ ଓଢଣା ଖସୁନି, କିନ୍ତୁ ବୁଲେଟଠୁ ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ ଓଡିଆ ବୋହୂ ମୋନାଲିସା appeared first on TakshakTV.

Read MoreBig Story, Odisha, Trending News, horse rider monalisa, monalisa, multi talented monalisa, odia bohuTakshakTV

Leave a Reply

Your email address will not be published. Required fields are marked *