ପରିବେଶ ଓ ବାତାବରଣ ଉପରେ ଆଧାରିତ ନୂଆ ମ୍ୟୁଜିକ ଭିଡ଼ିଓ “ପୃଥିବୀ ମନ୍ଥନ”

କଣ୍ଠ ଶିଳ୍ପୀ ସୁସ୍ମିତା ଦାସ ଏବଂ ଅରମୀର ଏଣ୍ଟେର୍ଟିଂମେନେଟ ଆଗିରି ନନ୍ଦିନୀ ର ଅପାର ସଫଳତା ପରେ ପୁଣି ଏକ ନୂଆ ମ୍ୟୁଜିକ ଭିଡ଼ିଓ ଦର୍ଶକ ମାନଂକୁ ଭେଟିଦେଇଛନ୍ତି. ଏହି ଗୀତ ର ଶୀର୍ଷକ ହେଉଛି ” ପୃଥିବୀ ମନ୍ଥନ”। ଗୀତ ଟି ଶିବ ତାଣ୍ଡବ ଏବଂ ସାଗର ମନ୍ଥନ ଉପରେ ଆଧାରିତ । ପୂର୍ବତନ ଡିରେକଟର ଜେନେରାଲ ଫୋରେଷ୍ଟ , ଭାରତ ସରକାର ଏବଂ କଣ୍ଠ ଶିଳ୍ପୀ ସୁସ୍ମିତା ଙ୍କ ସ୍ୱାମୀ ଶ୍ରୀଯୁକ୍ତ ସିଦ୍ଧାନ୍ତ ଦାସ ଏହି ସୁନ୍ଦର ଗୀତଟିର ପରିକଳ୍ପନା କରିଛନ୍ତି. ଶିବ କୁମାର ବିଲଗରମୀ ଗୀତଟିକୁ ରଚନା କରିଥିବାବେଳେ ଏହାର ସଂଗୀତ ନିର୍ଦେଶନା କରିଛନ୍ତି ଓମ ପ୍ରକାଶ ମହାନ୍ତି .ପୃଥିବୀ ମନ୍ଥନ ଗୀତ ଟିର ମ୍ୟୁଜିକ ଭିଡ଼ିଓ ର ନିର୍ଦେଶନା କରିଛନ୍ତି ଦେବ ମେହେର, ଅମିତ ନାୟକଙ୍କ କୋରିଓଗ୍ରାଫି ରେ ଅଭିନୟ କରିଛନ୍ତି ଓଡ଼ିଆ ଚଳଚିତ୍ର ନାୟିକା ସୂର୍ଯ୍ୟମୟୀ ।

ଚଳିତ ବର୍ଷ ୨୦୨୧ ପାଇଁ ଏହା ହେଉଛି ଏକମାତ୍ର ଗୀତ ଯାହାକୁ ୟୁନାଇଟେଡ଼ ନସନସ ର ଅନେକ ସଂସ୍ଥା (United Nations Environment Programme, International Union for Conservation of Nature) ର ସହଯୋଗ ଏବଂ ପୁର୍ଣ ସମର୍ଥନ ରହିଛି । ଏହା ଛଡା ଏହି ଗୀତ ଟି ସମାଜରେ ଆମ ପ୍ରକୃତି ଓ ପରିବେଶ କୁ କିପରି ପ୍ରଦୂଷଣ ଠୁ ମୁକ୍ତ କରିବା ତା ଛଡା ସଚେତନ କରିବା ପାଇଁ ଏକ ପ୍ରଚେଷ୍ଟା ବୋଲି ଶ୍ରୀଯୁକ୍ତ ସିଦ୍ଧାନ୍ତ ଦାସ ଉଲେଖ କରିଛନ୍ତି ।

ନିର୍ଦେଶକ ଦେବ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏହି ଭିଡ଼ିଓ କୁ ସିଜିଆଇ କୋରିଓଗ୍ରାଫି ଓ ଆର୍ଟ ଫୋରମ କୁ ନେଇ ପ୍ରସ୍ତୁତ କରାଯାଇଅଛି. କାନ୍ଥ ଶିଳ୍ପୀ ସୁସ୍ମିତା ଆଶାତୀତ ଯେ ଏହି ଗୀତ ମାଧ୍ୟମରେ ସେ ସ୍ରୋତ ମାନଙ୍କ ମନରେ ଆମ ପରିବେଶ ପ୍ରତି ସଚେତନା ସୃଷ୍ଟି କିପରିବେ ଏବଂ ତାଙ୍କର ଅନ୍ୟ ଗୀତ ପରି ଏହି ଗୀତ ଟିକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରିବେ।

Ama TvRead More

Leave a Reply

Your email address will not be published. Required fields are marked *