ଟିକା ନୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ : “ତୁମେ ଡିଜିଟାଲ ଇଣ୍ଡିଆ କହୁଛ, କିନ୍ତୁ ପଞ୍ଜିକରଣ ପାଇଁ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆସିବାକୁ ପଡୁଛି “

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଭାରତରେ କରୋନା ଟିକାର ଘୋର ଅଭାବ ଦେଖାଦେଇଥିବା ବେଳେ କୌଣସି ସଠିକ୍ ଟିକା ରଣନୀତି ନଥିବାରୁ କେନ୍ଦ୍ର ସରକାରକୁ ଗୋଡାଇ ତୋଡାଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବୟସ ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି। ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣି ପାରିବେ ବୋଲି କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି। ସେହିପରି ଟିକା କମ୍ପାନୀ ପାଖରୁ କେନ୍ଦ୍ର ଓ ରାଜ୍ୟ ଭିନ୍ନ ଭିନ୍ନ ଦରରେ କିଣୁଛନ୍ତି। କେନ୍ଦ୍ର ସରକାର ଏଭଳି ପାତର ଅନ୍ତର କାହିଁକି କରୁଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପଚାରିଛନ୍ତି।  କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର କୋଭିଡ ଟିକାକରଣକୁ ନେଇ ଜାତୀୟ ନୀତିଗତ ଦଲିଲ ଦାଖଲ କରିବାରେ ବିଫଳ ହୋଇଛନ୍ତି । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଡି, ଓ୍ୱାଇ ଚନ୍ଦ୍ରଚୁଡ, ଏଲ ଏନ ରାଓ ଏବଂ ଏସ ରବୀନ୍ଦ୍ର ଭଟ୍ଟ କରୋନା ଆକ୍ରାନ୍ତଙ୍କୁ ଅତ୍ୟାବଶ୍ୟକ ଔଷଧ, ଟିକା ଏବଂ ମେଡିକାଲ ଅମ୍ଳଜାନ ଯୋଗାଣ ସହ ଜଡିତ ଏକ ମାମଲା ଶୁଣାଣି କରିଥିଲେ। ଦେଶର ଟୀକା ନୀତି ସଂପର୍କରେ ଶୁଣାଣିରେ ଉଠାଯାଇଥିବା ପ୍ରଶ୍ନର ଜବାବ ଦେବା ପାଇଁ କେନ୍ଦ୍ର ସରକାର ଏକ ସପ୍ତାହ ସମୟ ମାଗିଛନ୍ତି । ସୁପ୍ରିମକୋର୍ଟର ଏକ ବେଞ୍ଚ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଚାରିଛନ୍ତି ଯେ କୋଭିଡ -19 ପାଇଁ ବିଦେଶୀ ଟିକା କ୍ରୟ କରିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ୍ ଟେଣ୍ଡର ଜାରି କରୁଛନ୍ତି ଏବଂ ରାଜ୍ୟ ଗୁଡିକ କମ୍ପାନୀ ଟୀକା ଦେବା ପାଇଁ ମନା କରିଦେଉଛନ୍ତି। କେନ୍ଦ୍ର ଏହା ପୂର୍ବରୁ କହିଥିଲା ​​ଯେ 2021 ଶେଷ ସୁଦ୍ଧା ଭାରତର ସମସ୍ତ ଲୋକଙ୍କୁ ଟୀକାକରଣ କରାଯିବ। ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ଫାଇଜର ଏବଂ ଅନ୍ୟ କମ୍ପାନୀଗୁଡିକୁ ସହ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି ଏବଂ ଯଦି ଆଲୋଚନା ସଫଳ ହୁଏ, ତେବେ ଟୀକାକରଣ ଖୁବ୍ ଶୀଘ୍ର ସମାପ୍ତ ହେବ।  

ସୁପ୍ରିମକୋର୍ଟ ପଚାରିଛନ୍ତି, “ଆପଣ ରାଜ୍ୟ ଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିବାକୁ ଚାହୁଁଛନ୍ତି କି?” ମେହେଟ୍ଟା କହିଛନ୍ତି, “ରାଜ୍ୟଗୁଡ଼ିକ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି କହିବା ଭୁଲ ହେବ। ତେବେ ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଉଦାହରଣ ଦେଇ କହିଛନ୍ତି, “ଆମେ ବର୍ତ୍ତମାନ ଦେଖୁଛୁ ଯେଉଁଠାରେ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ରାଜ୍ୟମାନେ ବିଶ୍ୱସ୍ତରୀୟ ଟେଣ୍ଡର ଦେଉଛନ୍ତି।  ଏହା କେଉଁ ପ୍ରକାର ସରକାରୀ ନିତୀ ଯେ ପୌରସଂସ୍ଥା ନିଗମ ଏବଂ ରାଜ୍ୟ ନିଜେ ନିଜେ ବିଶ୍ୱସ୍ତରୀୟ ଟେଣ୍ଡର କ୍ରୟ କରିବେ? ” “ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ବଜେଟକୁ ୟୁପି କିମ୍ବା ବିହାର କିମ୍ବା ଅନ୍ୟ କୌଣସି ରାଜ୍ୟ ମ୍ୟୁନିସିପାଲିଟି କର୍ପୋରେସନ ସହିତ ତୁଳନା କରି ହେବ ନାହିଁ। କାରଣ ବିଏମସି ବଜେଟ୍ କେତେକ ରାଜ୍ୟ ତୁଳନାରେ ଅଧିକ।  କେନ୍ଦ୍ର ସରକାର ମ୍ୟୁନିସିପାଲିଟି କର୍ପୋରେସନଗୁଡିକ ଟେଣ୍ଡର ଜାରି କରିବାକୁ ଅନୁମତି ଦେଉଛନ୍ତି କି? ” ଟିକା ମୂଲ୍ୟ ନିର୍ଦ୍ଧାରଣ ନେଇଳ କୌଣସି ନୀତିଗତ ନିର୍ଦ୍ଦେଶନାମା ଅଛି କି ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଏବଂ ଟୀକାକରଣ ମୂଲ୍ୟ ନୀତି ଉପରେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ୪୫ରୁ ଅଧିକ ବୟସ୍କଙ୍କ ପାଇଁ ରାଜ୍ୟକୁ ୧୦୦ ପ୍ରତିଶତ ଟିକା ଦେଉଛନ୍ତି। ହେଲେ କୋଭିଡର ଦ୍ୱିତୀୟ ଲହର ବେଳେ ଅଧିକ ସଂକ୍ରମିତ ଓ ମୃତ୍ୟୁ ଘଟିଛି ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ। ସରକାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି। ଏପରି ସ୍ଥିତିରେ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାତ୍ର ୫୦ ପ୍ରତିଶତ କେଉଁ ଆଧାରରେ ଟିକା ଦେଉଛନ୍ତି ବୋଲି ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଗ୍ରାମୀଣ ଭାରତରେ ଡିଜିଟାଲ ସୁବିଧା ନଥିବାରୁ ସେଠାକାର ଲୋକେ କିଭଳି ପଞ୍ଜୀକରଣ କରିବେ ତାକୁ ନେଇ କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।  ତୁଷାର ମେହେଟ୍ଟା କହିଛନ୍ତି, “ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏଁ ସହଜ ଜନସେବା କେନ୍ଦ୍ର ଅଛି। ଯଦି କୌଣସି ଗ୍ରାମବାସୀଙ୍କର ସେଲଫୋନ ନାହିଁ, ସେ ଜନସେବା କେନ୍ଦ୍ରରେ ପଞ୍ଜିକୃତ କରି ପାରିବେ ଏବଂ ତା’ପରେ ଟୀକାକରଣ କରିପାରିବେ।” କୋର୍ଟ କହିଛନ୍ତି ଯେ, ” ତୁମକୁ ଗ୍ରାଉଣ୍ଡରେ ସ୍ଥିତି ପରଖିବାକୁ ପଡିବ । ତୁମେ ଡିଜିଟାଲ୍ ଇଣ୍ଡିଆ କହୁଛ, କିନ୍ତୁ ଦେଖୁଛ କ’ଣ ହେଉଛି। ରାଜସ୍ଥାନରେ କାମ କରୁଥିବା ଝାଡଖଣ୍ଡର ଜଣେ ଗରିବ ଚାଷୀ ଟିକା ପଞ୍ଜୀକରଣ କରିବା ପାଇଁ ଝାଡଖଣ୍ଡକୁ ଯିବାକୁ ପଡୁଛି ।” ମେହେଟ୍ଟା ଉତ୍ତର ଦେଇଛନ୍ତି, “ନା ସେ ଯେଉଁଠାରେ ରୁହନ୍ତି ସେଠାରେ ପଞ୍ଜୀକରଣ କରି ପାରିବେ ।” ତେବେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ “ଆମେ ପଚାରୁଛୁ ଆପଣ ଡିଜିଟାଲ୍ ଡିଭାଇଡ୍ କୁ ନେଇ କିପରି ଉତ୍ତର ଦେଉଛନ୍ତି। ଆପଣ କିପରି ସୁନିଶ୍ଚିତ କରିବେ ଯେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ପ୍ରବାସୀ ଶ୍ରମିକମାନେ ଟିକା ନେଉଛନ୍ତି ?”  ତେବେ ମେହେଟା ଏହାକୁ ବିରୋଧ କରି କହିଛନ୍ତି ଯେ ଏହା ଏକ ନୀତିଗତ ନିଷ୍ପତ୍ତି।

The post ଟିକା ନୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ : “ତୁମେ ଡିଜିଟାଲ ଇଣ୍ଡିଆ କହୁଛ, କିନ୍ତୁ ପଞ୍ଜିକରଣ ପାଇଁ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆସିବାକୁ ପଡୁଛି “ appeared first on Satya Patha.

Read More

Leave a Reply

Your email address will not be published. Required fields are marked *