ଓଡିଆ ଚଳଚ୍ଚିତ୍ର ଜଗତର ଗତି କୁଆଡେ ? ଭାଗ: ୨

[#item_full_content]

ଭୁବନେଶ୍ୱର: ସ୍ୱଜାତି ପରମ ହିଂସକ । ଆମ କଳାକାର ହିଁ କଳାକାରଙ୍କ ଶତ୍ରୁ । ଓଡିଶାର ଅନେକ କଳାକାର ରାଜନୀତିରେ ସକ୍ରିୟ । କେବଳ ସକ୍ରିୟ ନୁହଁନ୍ତି ବରଂ ଆଗଧାଡିର ନେତା ଭାବେ ମଧ୍ୟ ପ୍ରତିଷ୍ଠିତ । ହେଲେ ନେତା ସାଜିବା ପରେ ଚଳଚ୍ଚିତ୍ର ଜଗତ କିମ୍ବା କଳାକାରଙ୍କ ଉନ୍ନତି ପାଇଁ ସେମାନଙ୍କ ଆନ୍ତରିକତା ନଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଅନ୍ୟ ସମୟ କଥା ଛାଡନ୍ତୁ, କରୋନା ମହାମାରୀ ସମୟରେ କେବେ ବି କଳାକାରଙ୍କ ଜୀବନ ଜୀବିକା ସଂପର୍କରେ ସରକାରଙ୍କୁ ଅବଗତ କରାଇବା ନେଇ ନଜିର ନାହିଁ ।

ଉଭୟ ଶାସକ ଓ ବିରୋଧୀ ଦଳରେ ପୁଳାପୁଳା ଅଭିନେତା ନେତା ସାଜିଛନ୍ତିା ହେଲେ ଜନତାଙ୍କ ସ୍ୱୀକୃତି ପାଇବା ପରେ ସେମାନେ କଳାକାର ଜଗତ କଥା ସଂପୂର୍ଣ୍ଣ ଭୁଲିଯାଇଛନ୍ତି । ସେମାନେ ବି ଦିନେ କଳାକାର ଥିଲେ । ଅନେକ ସମସ୍ୟା ଦେଇ ଗତି କରିବା ସହ ଅବଗତ ଥିଲେ । ହେଲେ ଆଜିି ସତ୍ତା ଓ ପାହ୍ୟା ହରାଇବା ଭୟରେ ମୁହଁ ଖୋଲୁନାହାଁନ୍ତି ।

ଆରମ୍ଭ କରିବା ଆମ ଚଳଚ୍ଚିତ୍ର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦଙ୍କଠାରୁ ,ମନ୍ତ୍ରୀ, ବିଧାୟକ ଆଉ ଏବେ ରାଜ୍ୟସଭା ସାଂସଦ , ସେହିଭଳି ମୁନ୍ନା ଖାଁ ପ୍ରଥମେ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଓ ଏବେ ରାଜ୍ୟସଭା ସାଂସଦ ,ଏହି ଧାରାରେ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ଦୁଇଦୁଇଥର ସାଂସଦ, ଆକାଶ ଦାସ ମହାପାତ୍ର ଥରେ ବିଧାୟକ ଓ ଏବେ ମୋ ସ୍କୁଲ ଅଧ୍ୟକ୍ଷ, କୁନା ତ୍ରିପାଠୀ ବର୍ତ୍ତମାନର ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ,ଶ୍ରୀମୟୀ ମିଶ୍ର ଓଟିଡିସିର ଅଧ୍ୟକ୍ଷା , ଏଲିନା ଦାସ ସାଧାରଣ ସଂପାଦିକା (ଗଣମାଧ୍ୟମ ବ୍ୟାପାର), ଅରିନ୍ଦମ ରାୟ ଓ ସାତ୍ୱକୀ ମିଶ୍ର ବରିଷ୍ଠ ବିଜେଡି ନେତା ।

ତେବେ ତାଲିକା ଏତିକିରେ ସରିନି । ଏବେ ଆସନ୍ତୁ ବିରୋଧି ଦଳରେ ଥିବା କଳାକାରଙ୍କ ପ୍ରୋଫାଇଲ୍ ଉପରେ ନଜର ପକାଇବା । ମହେଶ୍ୱତା ରାୟ, ଅପରାଜିତା ମହାନ୍ତି (ବିଧାୟିକା ପ୍ରାର୍ଥୀ), ପିଙ୍କି ପ୍ରଧାନ (ବିଧାୟିକା ପ୍ରାର୍ଥୀ), ଶ୍ରୀତମ ଦାସ ବରିଷ୍ଠ ବିଜେପି ନେତା, ହରି ମହାପାତ୍ର ବରିଷ୍ଠ ବିଜେପି ନେତା ଓ ଅନୁ ଚୌଧୁରୀ ବରିଷ୍ଠ ନେତ୍ରୀ ।

ଏହି ସମସ୍ତଙ୍କୁ ଅନୁରୋଧ । ଚଳଚ୍ଚିତ୍ର ଜଗତର ଉନ୍ନତି ପାଇଁ ତ କେବେ ମୁହଁ ଖୋଲିନାହାଁନ୍ତି । ଅନ୍ତତଃ କରୋନା ମାହାମାରୀ ଭଳି ବିପତ୍ତିରେ କଳାକାରଙ୍କ ଜୀବନଜୀବିକା ପାଇଁ ସରକାରଙ୍କ ନିକଟରେ କିଛି ଦାବି ଉପସ୍ଥାପନ କରନ୍ତୁ । କିଛି ସହାୟତା ପାଇଁ ଅନୁରୋଧ କରନ୍ତୁ । ଯେଉଁ କଳା ଜଗତ ଅବା ପରିବାର ଆପଣଙ୍କୁ ପରିଚୟ ଦେଇଥିଲା, ସେହି ପରିବାରର ସଦସ୍ୟକୁ ଭୁଲିଯିବାର ଅଭିନୟ କରନ୍ତୁ ନାହିଁ ।

Ama TvSpecial

Leave a Reply

Your email address will not be published. Required fields are marked *